ଓଡ଼ିଆ ଗଳ୍ପଜୀବନଚର୍ଯ୍ୟା

ମୁଁ ସତେ କଣ ବୁଢା ହେଇଯାଇଛି

ସମୟ ସାଥିରେ ତାଳ ଦେଇ ମୋର ବୟସଟା ଗଡ଼ି ଚାଲିଛି

ସମୟ ସାଥିରେ ତାଳ ଦେଇ ମୋର ବୟସଟା ଗଡ଼ି ଚାଲିଛି,
ଷାଠିଏ ବୟସ ହେବା ସହ ଏବେ ଅବସର ହୋଇଯାଇଛି।
କିଏ କହେ ତୁମ ଦୁତୀୟ ସୋପାନ ଅୟମାରମ୍ଭ ହୋଇଛି,
ଆଉ କିଏ କହେ ଜୀବନ ନାଟକ ଶେଷ ଅଙ୍କ ଆସିଯାଇଛି।
ଖିଆଲି ମନକୁ ଗୋଟିଏ ପ୍ରଶ୍ନ ବହୁ ଆନ୍ଦୋଳିତ କରୁଛି….
ମୁଁ ସତେ କଣ ବୁଢା ହେଇଯାଇଛି!!!

ଚାକିରି ସମୟେ ସାଥି ପରିଜନେ ଅନେକ ଆଦ୍ରୃତ ମିଳିଛି,
ଅବସର ପରେ ଏଵେ ସମସ୍ତଙ୍କ ଅଲୋଡା ମୁଁ ହେଇଯାଇଛି।
ସାର୍ ଓ ସାହେବ ସମ୍ବୋଧନରେ ଦିନ କେତେ ବିତି ଯାଇଚି,
ଏବେ କିନ୍ତୁ ସେଇ ସମ୍ବୋଧନ ର ସଙ୍ଗ୍ୟା ବଦଳି ଯାଇଛି,
ମଉସା,ଅଙ୍କଲ୍ ସମ୍ବୋଧନ ଶୁଣି ମନଟା ଦୋହଲି ଯାଉଛି।
ଖିଆଲି ମନକୁ ଗୋଟିଏ ପ୍ରଶ୍ନ ବହୁ ଆନ୍ଦୋଳିତ କରୁଛି….
ମୁଁ ସତେ କଣ ବୁଢା ହେଇ ଯାଇଛି!!!

ବାଳର ରଙ୍ଗ ଦିନକୁ ଦିନତ ଧବଳ ହେବାରେ ଲାଗିଛି,
କଳା ରଙ୍ଗ ବୋଳି ସଭିଙ୍କ ଆଗରେ ସତକୁ ଲୁଚାଇ ରଖୁଛି।
ସମସ୍ତଙ୍କ ସଙ୍ଗେ ତାଳ ଦେଇ ଯେବେ ମର୍ଣିଙ୍ଗ୍ ଓ୍ଯାକ୍ କରୁଛି,
ଵୁଝିପାରୁନି ମୁଁ ଜୋର୍ ରେ ଚାଲିଲେ କାହିଁକି ହାଲିଆ ଲାଗୁଚି।
ଝାଳନାଳ ହୋଇ ଘର ପହଁଚୁଛି ଘରଣୀକୁ ଭାରି ଵାଧୁଛି,
ଦରଦୀ କଣ୍ଠରେ କହୁଛି ସେ କଣ ବୟସ ତୁମର ଆସୁଛି।
ଖିଆଲି ମନକୁ ପ୍ରଶ୍ନଟିଏ ମୋର ବହୁ ଆନ୍ଦୋଳିତ କରୁଛି….
ମୁଁ ସତେ କଣ ବୁଢା ହେଇ ଯାଇଛି!!!

ଟିଭି ଦେଖା ଅବା ହ୍ୱ।ଟସ୍ ଆପ୍ ରେ ଅନେକ ସମୟ କଟୁଛି,
ସେହି ବେଳେ କିଛି ବାଧା ଉପୁଜିଲେ ଚିଡିଚିଡା ଖାଲି ଲାଗୁଛି।
ବର୍ଷା ଓ ଖରାକୁ ଖାତିରି ନକରି କେତେ ଦିନ ରାତି କଟିଛି,
ଏବେ କିନ୍ତୁ ତାହା ନଜଗିଲେ ଦେହ ଟିକିକେ ଖରାପ ହେଉଛି।
ଖିଆଲି ମନକୁ ପ୍ରଶ୍ନଟିଏ ମୋର ବହୁ ଆନ୍ଦୋଳିତ କରୁଛି…
ମୁଁ ସତେ କଣ ବୁଢା ହେଇ ଯାଇଛି!!!

ଚାକିରି ଜଞ୍ଜାଳ ଭିତରେ ଥାଇବି ହସି ଖୁସି ଦିନ କଟିଛି,
ଟିକିଏ କଥାରେ କାହିଁକି କେଜାଣି (ଏଵେ)ରାଗଭାଵ ଆସିଯାଉଛି।
ଘରେ ପଚାରନ୍ତି କାହିଁକି ତୁମର ଚିଡିଚିଡା ଭାବ ହେଉଛି,
ଭାବୁଛି ସତରେ ବିନା କାରଣରେ (କାହିଁ) ମନଟା ଦୁର୍ବଳ ହେଉଛି।
ଖିଆଲି ମନକୁ ପ୍ରଶ୍ନଟିଏ ମୋର ବହୁ ଆନ୍ଦୋଳିତ କରୁଛି…
ମୁଁ ସତେ କଣ ବୁଢା ହେଇ ଯାଇଛି!!!

Show More

Related Articles

Back to top button