ଅପରାଧଆଇନ କାନୁନଓଡ଼ିଶା

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ଅଭିଯୁକ୍ତ ଗିରଫ

ଭୁବନେଶ୍ୱର- ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତକ ହେଉଛନ୍ତି ଲିଲି ଦାଶ। ଅଭିଯୁକ୍ତ ଗିରଫ ।

ସୂଚନା ଅନୁଯାୟୀ, ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ସୌଭଗ୍ୟ ରଞ୍ଜନ ଦାଶ ଏବଂ ତାଙ୍କ ସ୍ତ୍ରୀ ଲିଲି ଦାଶ ଏକତ୍ର ବାସ କରନ୍ତି । ସାମାନ୍ୟ ବଚସାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୌଭଗ୍ୟ ନିଜ ସ୍ତ୍ରୀକୁ ପିଟିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଲିଲିଙ୍କ ମୃତ୍ୟୁ ହୋଇଥିଲା ।  ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ   ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟକୁ ପୋଲିସ ଗିରଫ କରିଛି ଏବଂ ମୃର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Show More

Related Articles

Back to top button