ଦେଶପାଣିପାଗସ୍ୱତନ୍ତ୍ର

ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ , ତୀବ୍ରତା ୪.୬ ରେକର୍ଡ

ଡେରାଡୁନ: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଉତ୍ତରାଖଣ୍ଡ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଥବାବେଳେ ଆଜି ସକାଳେ ଏହି ଭୂକମ୍ପର ଝଟ୍‌କା ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଛି। ତେବେ ଏଥିରେ  ମୃତାହତ ଏବଂ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ପାଲଟିଥିଲା ନେପାଳ ଏବଂ ଏହାର ସୀମା ଆଖପାଖ ଆଞ୍ଚଳ ।

ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ରେକର୍ଡ କରାଯାଇଥିଲା। ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ସୂଚନା ମିଳିଥିଲା। ସେହିପରି ଗତ ଗୁରୁବାର ଦିନ ଜମ୍ମୁକଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ଭୂକମ୍ପ କେନ୍ଦ୍ର ତାଜିକିସ୍ତାନରେ ଥିଲା। ତେବେ ଏହି ଦୁଇଟି ଭୂକମ୍ପରେ ମଧ୍ୟ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା କି କେହି ମୃତାହତ ହୋଇନଥିଲେ।

Show More

Related Articles

Back to top button