Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ମହାରାଷ୍ଟ୍ରରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ୱାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ ପେଟ୍ରୋଲ ଡିଜେଲ ଓ ଦର ହ୍ରାସ କରିବା ନେଇ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘୋଷଣା। ସିନ୍ଦେ କହିଛନ୍ତି, ଖୁବ୍‌ ଶୀଘ୍ର ଡିଜେଲ ଓ ପେଟ୍ରୋଲ ଉପରେ ଲାଗୁଥିବା ଭାଟ୍‌ ହ୍ରାସ କରାଯିବ। ଭାଟ୍ ହ୍ରାସ କରିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବ। ସିନ୍ଦେ ବିଧାସଭାରେ ଫ୍ଲୋର ଟେଷ୍ଟ ଜିତିବା ପରେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରେ କିଛି ବିଜେପି ଶାସିତ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ପୂର୍ବରୁ କମ୍ କରିଛନ୍ତି। ଏବେ ମହାରାଷ୍ଟ୍ରରେ ବିଜେପି ସହ ମେଣ୍ଟ କରି ସରକାର ଚଲାଉଥିବା ସିନ୍ଦେ ସରକାର ମଧ୍ୟ ଏଭଳି କରିବାକୁ ଯାଉଛନ୍ତି। ବିଜେପି ଲଗାତର କଂଗ୍ରେସ ଶାସିତ ରାଜ୍ୟରେ ଭାଟ କମାଇବା ପାଇଁ ଅନୁରୋଧ କରିଆସୁଛି।

Show More

Related Articles

Back to top button