Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର

କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ପୁଣି ଥରେ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି। ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୯୭୬ ଟଙ୍କା ୫୦ ପଇସା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୨୦୧୨ ଟଙ୍କା ଥିଲା। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୨,୦୯୫ ଟଙ୍କା ୫୦ ପଇସା, ମୁମ୍ବାଇରେ ୧,୯୩୬ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୨,୧୪୧ ଟଙ୍କା ହୋଇଛି। ଗତ ମାସ ୬ ତାରିଖରେ କମର୍ସିଆଲ ସିଲିଣ୍ଡର ପିଛା ୯ ଟଙ୍କା କମିଥିଲା। ଏହାପୂର୍ବରୁ ୧ ଜୁଲାଇରେ କମର୍ସିଆଲ ସିଲିଣ୍ଡର ପିଛା ୧୯୮ ଟଙ୍କା ଶସ୍ତା ହୋଇଥିଲା। ୩ ମାସରେ ଚତୁର୍ଥ ଥର ପାଇଁ କମର୍ସିଆଲ ଗ୍ୟାସ୍‌ ରେଟ ହ୍ରାସ ପାଇଛି। ଜୁନ୍‌ ପରଠୁ କମର୍ସିଆଲ ସିଲିଣ୍ଡର ପିଛା ୩୭୮ ଟଙ୍କା ଶସ୍ତା ହୋଇଛି।

 

Show More

Related Articles

Back to top button