Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର
ଓଡ଼ିଆ ଫିଲ୍ମ ‘ତୁ ମୋର ଓକେ’ ଟିମକୁ ଶୁଭେଚ୍ଛା ଜଣାଇଲେ ଅମିତାଭ ବଚ୍ଚନ

ଭୁବନେଶ୍ୱର: ପରଦାକୁ ଆସୁଛି ଆଉ ଏକ ନୂଆ ଓଡ଼ିଆ ଫିଲ୍ମ ‘ତୁ ମୋର ଓକେ’। ଫିଲ୍ମଟି ମୁକ୍ତିଲାଭ କରିବା ଆଗରୁ ଏହାର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନ। ସେ ଟୁଇଟ୍ କରି ଶୀତଲ ଓ ‘ତୁ ମୋର ଓକେ’ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ତୁ ମୋର ଓକେ’ରେ ଜ୍ୟୋତି ନାୟକ ଭୂମିକାରେ ଥିବା ବେଳେ ଶୀତଲ ଅଛନ୍ତି ନାୟିକା ଚରିତ୍ରରେ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଏହାର ସଂଳାପକାର ହେଲେ ନିର୍ମଳ ନାୟକ ଏବଂ ଅସଦ ନିଜାମ ସଙ୍ଗୀତ ନିର୍ଦ୍ଦେଶକ। ଏହା ଏକ ଭିନ୍ନ ରଙ୍ଗର ପ୍ରେମକାହାଣୀ ଉପରେ ଆଧାରିତ ବୋଲି ସୂଚନା ରହିଛି।ଶୀତଲ୍ ୨୦୧୫ରେ ରିଲିଜ୍ ହୋଇଥିବା ‘ଯିଏ ଯାହା କହୁ ମୋର ଢୋ’ ଛବିରୁ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଶୀତଲଙ୍କୁ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତେବେ ଏହାପରେ ଶୀତଲ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ବି ଗତ ୭ ବର୍ଷ ହେବ ଓଲିଉଡରେ ସକ୍ରିୟ ଅଛନ୍ତି।