Breaking PLUSମନୋରଞ୍ଜନମୁଖ୍ୟ ଖବର

ଆସନ୍ତା ବର୍ଷ ରିଲିଜ ହେବ ଆୟୁଶଙ୍କ ଆଗାମୀ ଫିଲ୍ମ, କହିଲେ-ଏଥର ହୃଦୟରେ ବାଜିବ ଗୀଟାର

ମୁମ୍ଵାଇ : ଆୟୁଷ ଶର୍ମା ବଲିଉଡର ଜଣେ ଜଣାଶୁଣା ଅଭିନେତା । ସେ ବର୍ତ୍ତମାନ ତାଙ୍କ ନୂଆ ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆୟୁଷ ତାଙ୍କ ପୋଷ୍ଟରେ ଫିଲ୍ମର ନାମ ପ୍ରକାଶ କରିନାହାଁନ୍ତି । କିନ୍ତୁ ତାଙ୍କ ଲୁକ୍ ଏବଂ ଫିଲ୍ମରୁ ଆଉ କିଛି ସୂଚନା ମିଳିଛି। ଏହାକୁ ଦେଖି ଆୟୁଷଙ୍କ ପ୍ରଶଂସକମାନେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ବହୁତ ଖୁସି ଅଛନ୍ତି। ଏଥି ସହିତ ଆୟୁଷ ତାଙ୍କ ଆଗାମୀ ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ କହିଛନ୍ତି। ସୋସିଆଲ ମିଡିଆରେ ନିଜର ପରବର୍ତ୍ତୀ ଫିଚର ଫିଲ୍ମରେ କାମ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି। ଏନେଇ ଆୟୁଷ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଫିଲ୍ମର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହି ଫିଲ୍ମ ୨୦୨୩ ରେ ରିଲିଜ୍ କରିବ । ସେ ଫିଲ୍ମରୁ ତାଙ୍କର ଫାଷ୍ଟ ଲୁକ୍ ମଧ୍ୟ ସେୟାର କରିଥିଲେ। ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଏହି ଚଳଚ୍ଚିତ୍ରରେ ଗିଟାର ବି ବାଜିବ ଏବଂ ରବଡ ବ୍ୟାଣ୍ଡ ମଧ୍ୟ ଯଦି ମୁଁ ଏବେ ସମସ୍ତ ତଥ୍ୟ କହିବି, ତେବେ ସବୁ ମଜା ବେକାର ହୋଇଯିବ। ମୁଁ କେବଳ କହିବାକୁ ଚାହେଁ, ଆମେ ୨୦୨୩ରେ ଭେଟିବା ।

Show More

Related Articles

Back to top button