ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଏକତରଫା ପ୍ରେମ ପାଇଁ ଗଳାକାଟି ହତ୍ୟା

ଦିନକୁ ଦିନ ହଜିଯାଉଛି ମାନବିକତା । ଏକତରଫା ପ୍ରେମ ପାଇଁ ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଯୁବକ । ଟିକିରି ଉଷାପଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମିଳିଥିବା ସୂଚନା ଅନୂଯାୟୀ, ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ ଯୁବକ ଜଣକ । ଫଳରେ ଯୁବତୀଙ୍କୁ ଗଳାକାଟି ଆକ୍ରମଣ କରିଥିଲେ ସେ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ଭୟରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଯୁବକ । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।ଛୁରାମାଡ଼ରେ ଯୁବତୀଙ୍କ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Show More

Related Articles

Back to top button