
ନୂଆ ପ୍ରୋଜେକ୍ଟକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ରସିକା ଦୁଗଲ । ‘ଲିଟିଲ୍ ଥୋମାସ୍’ରେ କମେଡି ଡ୍ରାମାରେ ନଜର ଆସିବେ ଏହି ସୁନ୍ଦରୀ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ହାତକୁ ନେଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ କୌଶଲ ଓଜା ।
ଏହି ଫିଲ୍ମଟି ଗାଁର ପରିବାର ଉପରେ ପର୍ଯ୍ୟବସିତ ଏକ ସୁନ୍ଦର କାହାଣୀକୁ ନେଇ । ଫିଲ୍ମର ପ୍ରଡକ୍ସନ୍ କାମ ନିକଟରେ ଆରମ୍ଭ ହୋଇଛି। ମାସକ ପାଇଁ ମୁମ୍ବାଇ ଓ ଗୋଆରେ ଫିଲ୍ମ ସୁଟିଂ ହେବ।
ସେହିପରି ରସିକାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ମିର୍ଜାପୁର-୩’, ‘ଅଧୁରା’, ‘ସ୍ପାଇକ୍’, ‘ଲର୍ଡ କୁର୍ଜୋନ୍ କି ହବେଲି’ ଓ ‘ଫେରି ଫୋକ୍’। ଅନୁଭବ ପାଲ୍ଙ୍କ ଲିଖିତ ଏକ ଅନ୍ତର୍ଜାତୀୟ କମେଡି ଅଡିଓ ସିରିଜ୍ ‘ଦ ଏମ୍ପାୟର’ରେ ପୂର୍ବରୁ ତାଙ୍କୁ ସାଇନ୍ କରାଯାଇଛି। ଶ୍ରୀଜିତ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ‘ଶେର୍ଦିଲ୍’ରେ ମଧ୍ୟ ସେ ନଜର ଆସିବେ। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନୀରଜ କବି ଓ ପଙ୍କଜ ତ୍ରିପାଠୀ ।