ସ୍ୱତନ୍ତ୍ର
ହଟିଲା ଗୁଜବ,ଗୃହବନ୍ଦୀ ନୁହେଁ ବରଂ କ୍ୱାରେଣ୍ଟାଇନରେ ଥିଲେ ଜିନ୍ପିଙ୍ଗ୍
ହଟିଲା ଗୁଜବ । ସମସ୍ତ ଗୁଜବ ଉପରୁ ହଟିଲା ପରଦା । ଗୃହବନ୍ଦୀ ନୁହେଁ ବରଂ କ୍ୱାରେଣ୍ଟାଇନରେ ଥିଲେ ଜିନ୍ପିଙ୍ଗ୍ । ନିକଟରେ ଚାଇନାର ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କୁ ନେଇ ଗୁଜବ ଉଠିଥିଲା । ତ ୧୬ ତାରିଖରେ ଜିନ୍ପିଙ୍ଗ୍ ଉଜ୍ବେକିସ୍ତାନର ସମରକନ୍ଦ ଏସ୍ସିଓ ସମ୍ମିଳନୀରେ ଯୋଗଦେଇ ଫେରିଥିଲେ । ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା। ଜିନ୍ପିଙ୍ଗ୍ ଏପରି ହଠାତ୍ ଉଭାନ ହେଇଯିବାକୁ ନେଇ କେତେକ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ନାନା କଥା ପ୍ରସାରିତ ହୋଇଥିଲା।
ଏହା ସହିତ ଲି କୁଇଆମ୍ଇଙ୍ଗ୍ ଚୀନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। । ତେବେ ମଙ୍ଗଳବାର ଜିନ୍ପିଙ୍ଗ୍ କମ୍ୟୁନିଷ୍ଟ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେସବୁକୁ ଭୁଲ ପ୍ରମାଣିତ କରିଛନ୍ତି। ଚାଇନାର ଜିରୋ କୋଭିଡ୍ ପଲିସି ଅନୁଯାୟୀ ବିଦେଶରୁ ଫେରିବା ପରେ ସଂକ୍ରମଣ ଏଡ଼ାଇବା ପାଇଁ ଜିନ୍ପିଙ୍ଗ୍ କ୍ୱାରେଣ୍ଟାଇନରେ ରହିଥିବା କୁହାଯାଉଛି।