
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ି ଏକ ୫ ବର୍ଷ ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ହେଉଛି ମୌସୁମୀ ମାଝି। ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ମୌସୁମୀ ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲା। ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଏହାର ତଦନ୍ତ କରୁଛି।