ଓଡ଼ିଶାପାଣିପାଗ

ଦିପାବଳୀରେ ଭିଜିବ ଓଡିଶା,୧୮ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୦ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ

ଦିପାବଳୀରେ ଭିଜିବ ଓଡିଶା । ବଢ଼ିବ ବର୍ଷାର ପରିମାଣ । ଆଣ୍ଡାମାନ ସାଗରରେ ୧୮ତାରିଖ ସୁଦ୍ଧା ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ମୁହାଁ ହେବ । ସେହିପରି ୨୦ ତାରିଖରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏନେଇ ପ୍ରାକ୍ ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଭିଏତନାମରେ ଲ୍ୟାଣ୍ଡଫଲ୍‌ କରିଛି ସାମୁଦ୍ରିକ ଝଡ଼ ସୁନ୍‌କା । ଆଗାମୀ ୪୮ ଘଣ୍ଟାରେ ଏହା ଭିଏତନାମ, କାମ୍ବୋଡ଼ିଆ, ଥାଇଲାଣ୍ଡରେ ପ୍ରଭାବ ପକାଇ ଆଗକୁ ଗତ କରିବ । କାଲି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ପ୍ରଭାବରେ ୧୮ ତାରିଖରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏହା ଘନୀଭୂତ ହୋଇ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୨ରୁ ୨୫ ତାରିଖ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ ।

ବଙ୍ଗୋପସାଗରରେ ୨୦ ବେଳକୁ ଲଘୁଚାପ ପାଇଁ ପ୍ରାୟ ସବୁ ପାଣିପାଗ ସଂସ୍ଥାର ପୂର୍ବାନୁମାନ ରହିଛି । ଅନ୍ୟପଟେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ଆଗାମୀ ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବ ।

Show More

Related Articles

Back to top button