ଦେଶସ୍ୱତନ୍ତ୍ର

ରାଜଧାନୀରେ ବାଣ ଫୁଟାଇବା ଏବଂ କିଣିବାକୁ ନେଇ ନୂଆ ନିୟମ ଜାରି କଲେ ସରକାର

ଆଗକୁ ଆସୁଛି ଦୀପାବଳି । ରାଜଧାନୀରେ ବାଣ ଫୁଟାଇବା ଏବଂ କିଣିବାକୁ ନେଇ ନୂଆ ନିୟମ ଜାରି କଲେ ସରକାର । ଭାରତର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଣକୁ ନେଇ ନୂଆ ନିୟମ ବିଷୟରେ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ବାଣ କିଣିବା ଏବଂ ଫୁଟାଇଲେ ୨୦୦ ଟଙ୍କା ଜୋରିମନା ଏବଂ ୬ ମାସ ଜେଲଦଣ୍ଡ ହୋଇପାରେ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ବାଣ ଉତ୍ପାଦନ ଏବଂ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା କରାଯାଇପାରେ। ଦିପାବଳୀରେ ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଟ ୪୦୮ଟି ଦଳ ଗଠନ କରାଯାଇଛି। ପର୍ବ ଏବଂ ଶୀତ ସିଜିନ୍‌ରେ ବାୟୁ ଗୁଣବତ୍ତା ଖରାପ ନ ହେବା ପାଇଁ ଦିଲ୍ଲୀ ସରକାର ବାଣ ଫୁଟାଇବାକୁ ବାରଣ କରିଛନ୍ତି।

Show More

Related Articles

Back to top button