ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ
ଡାର୍କସର୍କଲ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନ ଖରାପ ଖାଦ୍ୟାଭାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଡାର୍କସର୍କଲ ସମସ୍ୟା ଅଧିକ ଦେଖାଯାଉଛି । ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳ ମଧ୍ୟ କଳା ଦାଗ ହୋଇଥାଏ। ତେବେ ଆଖତଳୁ କଳାଦାଗ ହଟାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।
-ପ୍ରତିଦିନ ଅତି କମରେ ଆଠ ଘଣ୍ଟା ବିଶ୍ରାମ କରନ୍ତୁ।
-ଦିନରେ ଘରୁ ବାହାରିବା ବେଳେ ସନଗ୍ଲାସ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ।
-ଯଦି ଆଖି ଚାରିପଟେ କଳାଦାଗ ଦେଖାଯାଏ ତେବେ କଞ୍ଚାଆଳୁ ଏବଂ କାକୁଡ଼ିକୁ ଲଗାନ୍ତୁ।
-ଦିନକୁ ଅତି କମରେ ଦୁଇ ତିନିଥର ତ୍ବଚାରେ ମଇଶ୍ଚରାଇଜର ଲଗାନ୍ତୁ। ଭିଟାମିନ୍ ସି, କେ ଏବଂ ଇ ଯୁକ୍ତ ନାଇଟ୍ କ୍ରିମ୍ ବ୍ୟବହାର କରନ୍ତୁ।
-ଦିନକୁ ଅତି କମରେ ଆଠରୁ ଦଶ ଗ୍ଲାସ୍ ପାଣି ପିଅନ୍ତୁ।
-ନିଜ ଖାଦ୍ୟରେ ଫଳ, ବା ଫଳ ରସ, ଲସି ଏବଂ ଲେମ୍ବୁ ପାଣି ପିଅନ୍ତୁ।
-ଚିନ୍ତାମୁକ୍ତ ରୁହନ୍ତୁ।