ଓଡ଼ିଶାପାଣିପାଗ

ଆଜି ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ, ପ୍ରଭାବରେ ଆସନ୍ତା କାଲିଠୁ ବର୍ଷା ଆରମ୍ଭ

ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବ । ପ୍ରଭାବରେ ରାଜ୍ୟରେ କାଲି ରାତିଠୁ ବର୍ଷା ଆରମ୍ଭ ହୋଇଯିବ । ଏହାପରେ ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡିଶା ଉପରେ ବାତ୍ୟାର ବିଶେଷପ୍ରଭାବ ନଥିଲେ ମଧ୍ୟ ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୨୫ ତାରିଖ ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ଜଗତସିଂହପୁର,କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ବାଲେଶ୍ୱର, ଭଦ୍ରକ,ପୁରୀ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ୨୬ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୩ ତାରିଖରେ ସମୁଦ୍ର ମଧ୍ୟ ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୩୫ ରୁ ୪୫ କିମି ବେଗରେ ପବନ ପ୍ରବାହିତ ହେବ । ସର୍ବାଧିକ ୫୫କିମି ବେଗରେ ପ୍ରବାହିତ ହେବା ନେଇ ଆକଳନ କରାଯାଉଛି । ୨୪ ତାରିଖରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପ୍ରବାହିତ ହେବ । ୨୫ ତାରିଖରେ ମଧ୍ୟ ୨୫ରେ ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପ୍ରବାହିତ ହେବ । ସର୍ବାଧିକ ୭୦ କିମି ଯାଏଁ ପବନ ବହିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଗୁରୁବାର ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଥିଲା ।

ଅନ୍ୟପଟେ, ରାଜ୍ୟରୁ ସଂପୂର୍ଣ୍ଣ ଭାବେ ବିଦାୟ ନେଇଛି ମୌସୁମୀ । ଆକଳନ ଥିଲା ପାଗ ଶୁଖିଲା ହେଲେ ଅନୁକୂଳ ହେବ ମୌସୁମୀ ଅପସାରଣ ପାଇଁ । ଆକଳନ ମୁତାବକ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା କମିବା ପରେ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗ

Show More

Related Articles

Back to top button