Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଟ୍ରକ୍‌ରୁ ଉଦ୍ଧାର ହେଲା ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବନାଯୋଡି ଟୋଲପ୍ଲାଜା ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌ରୁ ଜଣେ ଡ୍ରାଇଭରର କ୍ଷତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଛି । ମାଜିଷ୍ଟ୍ରେଟ୍‌ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଏ ନେଇ ପୋଲିସ କେସ୍‌ ନମ୍ବର ୪୨୪/୨୦୨୨ରେ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି  ସେ ହେଲେ ମଧ୍ୟପ୍ରଦେଶ ସିଦ୍ଧି ଜିଲାର ବାଲହରା ଅଞ୍ଚଳର ରାମନରେଶ ସାହୁ (୨୮)। ସୂଚନାଯୋଗ୍ୟ, ସିଜି-୦୪ଏନ୍‌ଏଚ୍‌୪୮୦୦ ନମ୍ବର ୧୪ ଚକିଆ ଟ୍ରକ୍‌ ଲୁହାପଥର ପରିବହନ ପାଇଁ ଏନ୍‌ଏଚ୍‌ ୨୦ରେ ଯୋଡା ଖଣି ଅଞ୍ଚଳକୁ ଯାଉଥିଲା । ରାତିରେ ଏହି ସ୍ଥାନରେ ଟ୍ରକ୍‌ ରଖି ଡ୍ରାଇଭର ଜଣକ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Show More

Related Articles

Back to top button