ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

କାର୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗୁଜୁରାଟ ଗାନ୍ଧୀନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ସେମାନଙ୍କ ପରିଚୟ ମିଳିନାହିଁ। ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ରେ ୩ଜଣ ବ୍ୟକ୍ତି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ପଞ୍ଚୁକୋଟ ଢାବା ନିକଟରେ ବୀପରିତ ଦିଗରୁ ଆସୁଥିବାର ଟ୍ରକ୍ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ରେ ଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କ କିଛି ହୋଇନାହିଁ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର୍‌ର କାଚ ଭାଙ୍ଗି ସେମାନଙ୍କ ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କାର ଭିତରୁ ଜଗନ୍ନାଥଙ୍କ ଭୋଗ ଓ ମୋବାଇଲ ମିଳିଛି। ପୁଲିସ ଦୁର୍ଘଟଣା ଗସ୍ତ ଟ୍ରକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ରେ ସାମ୍ନାପଟଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।

Show More

Related Articles

Back to top button