ମନୋରଞ୍ଜନସେଲିବ୍ରିଟି
ଆଥିଆଙ୍କ ସହ ବିବାହ କରିବାକୁ ପ୍ରସ୍ତୁତି ହେଲେଣି ରାହୁଲ,ବିସିସିଆଇକୁ ମାଗିଲେ ଛୁଟି

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଆଥିଆ ଏବଂ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁନୀଲ ସେଟ୍ଟୀଙ୍କ ପକ୍ଷରୁ ବିବାହର ସ୍ବୀକୃତି ମିଳିବା ପରେ ଉଭୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ଥି । ବିଶେଷ କଥା ହେଲା ବିବାହ ପାଇଁ ବିସିସିଆଇକୁ ଛୁଟି ମାଗିଛନ୍ତି କ୍ରିକେଟର କେ ଏଲ ରାହୁଲ ।
ସୂଚନା ଅନୁଯାୟୀ, ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ ବିବାହ କରିବେ ବୋଲି ଜଣାପଡିଛି।
ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହେବାକୁ ଥିବା ତିନି ମ୍ୟାଚର ଟି -୨୦ ଏବଂ ୱାନ ଡେ ସିରିଜରେ ଖେଳି ପାରିବେ ନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ସିରିଜ ପାଇଁ ବିସିସିଆଇ ପକ୍ଷରୁ କୌଣସି କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। କିନ୍ତୁ ଉଭୟ ବିବାହ ସିରିଜ ସମୟରେ ହୋଇପାରେ ବୋଲି କୁହାଯାଉଛି।