ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ । କିଏ ମାରିବ ବାଜିମାତ୍ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା । ତେବେ ପ୍ରଥମ ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ।
ସୂଚନା ଅନୁଯାୟୀ, ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ମୋଟ ପ୍ରଥମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ୨୦୬ ଖଣ୍ଡ ଭୋଟ ପାଇଛନ୍ତି ।
ସୂଚନାଯୋଗ୍ୟ ଯେ, ମୋଟ ୧୪ଟି ଟେବୁଲ୍ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ । ଗୋଟିଏ ଟେବୁଲ ପାଇଁ ୩ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି । ଜଣେ ଲେଖାଏଁ ଗଣତି ପର୍ଯ୍ୟବେକ୍ଷକ, ଗଣତି ସହକାରୀ ଏବଂ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି । କ୍ରମାନ୍ବୟ ଭାବେ ଟେବୁଲ ଗୁଡିକରେ ଭୋଟ ଗଣତି କରାଯିବ।ଗଣତି ସମୟରେ କୌଣସି ବୈଷୟିକ ତ୍ରୁଟି ଦେଖାଦେଲେ ଏହାର ସମାଧାନ କରିବା ପାଇଁ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି ।