ଅପରାଧଦେଶ ବିଦେଶ

୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କଲେ ଆମେରିକୀୟ ଘରମାଲିକ

ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ଗତ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ବେଷ ଅପରାଧରେ ଅଭିଯୁକ୍ତ କରାଯାଇଛି । ମହିଳାଜଣକ କୌଣସି ମତେ ୯୧୧କୁ ଫୋନ୍‌ କରି ଆକ୍ରମଣ କଥା କହିବା ପରେ ଡେପୁଟିମାନ‌େ ଘଟଣାସ୍ଥଳରେ ପହଞ୍ଚି ‘ବେଡ୍‌ରୁମ୍‌’ ଭିତରେ ଉକ୍ତ କ୍ଷତାକ୍ତ ମହିଳା ଓ ଶିଶୁକୁ ଉଦ୍ଧାର କରିଥିଲେ।। ତେବେ ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ରହିଛି ବୋଲି ପୋଲିସ କହିଛି। ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିବା ଅନୁଯାଇ, ଗତ ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ।  ୨୬ ଥର ଛୁରି ଭୁସା ଖାଇଥିବା ବାଳକର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା କରାଯାଉଛି। ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ମୁସଲ୍‌ମାନ୍‌ ହୋଇଥିବାରୁ ଏବଂ ମଧ୍ୟପ୍ରାଚ୍ୟରେ ହମାସ୍‌ ଓ ଇସ୍ରାଏଲୀୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସନ୍ଦିଗ୍ଧ ଉକ୍ତ ମହିଳା ଓ ଶିଶୁକୁ ଅମାନୁଷିକ ଭାବେ ଆକ୍ରମଣ କରିଥିବା କଥା ଗୁଇନ୍ଦାମାନେ ସୁନିଶ୍ଚିତ କରିଛନ୍ତି। ସେରିଫ୍‌ ଅଫିସ୍‌ ମୃତାହତମାନଙ୍କ ବିଷୟରେ ଅଧିକ ବିବରଣୀ ଅଥବା ସେମାନଙ୍କ ଜାତୀୟତା ପ୍ରକାଶ କରିନାହିଁ। କିନ୍ତୁ, ‘କାଉନ୍‌ସିଲ୍‌ ଅନ୍‌ ଆମେରିକାନ୍‌-ଇସ୍‌ଲାମିକ୍‌ ରିଲେସନ୍‌ସ୍‌’ର ଚିକାଗୋ କାର୍ଯ୍ୟାଳୟ କହିଛି ଯେ, ମୃତ ପିଲାଟି ପ‌ାଲେଷ୍ଟିନୀୟ-ଆମେରିକୀୟ ଥିଲା ।

Show More

Related Articles

Back to top button