Breaking PLUSଦେଶମୁଖ୍ୟ ଖବରରାଜନୀତି
ସ୍ମୃତି ଇରାନୀ ଆଜି ମଧ୍ୟପ୍ରଦେଶରେ ଜନସଭାକୁ ସମ୍ବୋଧିତ କରିବେ

ଭୋପାଳ- କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ସେ ଛିନ୍ଦୱାଡା, କଟନୀ, ଜବଲପୁର ଓ ଭୋପାଳ ଜିଲ୍ଲାରେ ବିଧାନସଭା ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବେ । କାର୍ଯ୍ୟସୂଚୀ ମୁତାବକ ସ୍ମୃତି ଇରାନୀ ଦ୍ୱିପ୍ରହର ଗୋଟାଏ ବେଳେ ଛିନ୍ଦୱାଡା ଜିଲ୍ଲାର ଚୌରଇ ବିଧାନସଭା କ୍ଷେତ୍ର, ଅପରାହ୍ନ 3ଟାରେ କଟନୀ ଜିଲ୍ଲାର ବିଜୟରାଘବଗଡ ବିଧାନସଭା କ୍ଷେତ୍ରର ବରହୀ, ସନ୍ଧ୍ୟା 5ଟାରେ ଜବଲପୁର ଜିଲ୍ଲାର କେଣ୍ଟ ବିଧାନସଭା କ୍ଷେତ୍ରର ବଡାପଥର ଏବଂ ରାତି 8ଟାରେ ଭୋପାଳ ଜିଲ୍ଲାର ନରେଲା ବିଧାନସଭା କ୍ଷେତ୍ର କରୋନ୍ଦରେ ଜନସଭାକୁ ସମ୍ବୋଧିତ କରିବେ ।