Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମନ୍ କୀ ବାତରେ ଓଡ଼ିଶାର ଛଉ ନୃତ୍ୟ କଥା ଉଠାଇଲେ ପିଏମ ମୋଦି

ନୂଆଦିଲ୍ଲୀ, 26 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍‌ର 107ତମ ସଂସ୍କରଣରେ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଛଉ କଥା ଉଠାଇଛନ୍ତି । ସେ କହିଛନ୍ତି ଯେ, ‘ଗାଁ ଗାଁରେ ହେଉଥିବା ମେଳା ଭଳି ଆମର ଏଠି ବିଭିନ୍ନ ନୃତ୍ୟର ମଧ୍ୟ ନିଜର ଐତିହ୍ୟ ରହିଛି । ଝାଡ଼ଖଣ୍ଡ, ଓଡ଼ିଶା, ବଙ୍ଗଳାର ଆଦିବାସୀବହୁଳ ଅଞ୍ଚଳରେ ଏକ ବହୁତ ପ୍ରସିଦ୍ଧ ନୃତ୍ୟ ଅଛି, ଯାହାକୁ ଛଉ ବୋଲି କୁହାଯାଏ । ୧୫ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ “ଏକ୍ ଭାରତ ଶ୍ରେଷ୍ଠ୍ ଭାରତ”ର ଭାବନା ସହିତ ଶ୍ରୀନଗରରେ ଛଉ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଛଉ ନୃତ୍ୟକୁ ଉପଭୋଗ କରିଥିଲେ । ଶ୍ରୀନଗରର ଯୁବପିଢ଼ିଙ୍କୁ ଛଉ ନୃତ୍ୟର ତାଲିମ ଦେବାପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କିଛି ସପ୍ତାହ ତଳେ କଠୁଆ ଜିଲ୍ଲାରେ “ବସୋହଲି ଉତ୍ସବ” ଆୟୋଜିତ ହୋଇଥିଲା । ଏହି ସ୍ଥାନଟି ଜାମ୍ମୁଠାରୁ ଦେଢ଼ ଶହ କିଲୋମିଟର ଦୂର । ଏହି ଉତ୍ସବରେ ସ୍ଥାନୀୟ କଳା, ଲୋକନୃତ୍ୟ ଓ ପାରମ୍ପରିକ ରାମଲୀଳାର ଆୟୋଜନ କରାଯାଇଥିଲା ।

Show More

Related Articles

Back to top button