Breaking PLUSଦେଶମୁଖ୍ୟ ଖବର
ନୌସେନା ଅଭ୍ୟାସ ‘ମିଲନ’ରେ ପ୍ରଥମ ଥର ଭାଗ ନେବେ ବିକ୍ରମାଦିତ୍ୟ ଓ ବିକ୍ରାନ୍ତ

ପଚାଶ ଅତିଥି ଦେଶ ସହିତ ଏହି ସାମୁଦ୍ରିକ ଅଭ୍ୟାସ ପାଇଁ ଭାରତୀୟ ନୌସେନାର ବ୍ୟାପକ ପ୍ରସ୍ତୁତି
ନୂଆଦିଲ୍ଲୀ, 18 ଫେବୃଆରୀ- ସିଟି ଅଫ୍ ଡେଷ୍ଟିନି ବିଶାଖାପାଟନମରେ ଫେବୃୟାରୀ 21ରେ ହେବାକୁ ଥିବା ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସ ‘ମିଲନ’ରେ ପ୍ରଥମ ଥର ଭାରତର ଦୁଇଟି ବିମାନବାହକ ଆଇଏନଏସ ବିକ୍ରମାଦିତ୍ୟ ଓ ଆଇଏନଏସ ବିକ୍ରାନ୍ତ ଭାଗ ନେବେ । ପ୍ରାୟ 50 ଅତିଥି ଦେଶ ସହିତ ଏହି ସାମୁଦ୍ରିକ ଅଭ୍ୟାସ ପାଇଁ ଆୟୋଜକ ଭାରତୀୟ ନୌସେନା ବ୍ୟାପକ ପ୍ରସ୍ତୁତି କରିଛି । ନୌସେନାର ପ୍ରମୁଖ ଆଡମିରାଲ ଆର ହରି କୁମାର ଏବେ ସୁଦ୍ଧା ସବୁଠୁ ବଡ ଏହି ନୌସେନା ଅଭ୍ୟାସକୁ ସାମୁଦ୍ରିକ କ୍ଷେତ୍ରରେ ଭାରତର ଜାତୀୟ ହିତକୁ ଦେଖି ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହି ଅଭ୍ୟାସରେ ସାମିଲ ହେବାକୁ 58ଟି ଦେଶକୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଥିରୁ 50ରୁ ଅଧିକ ଦେଶ ଏହି ସାମିଲ ହେବାକୁ ପ୍ରତିକ୍ରିୟା ଦେଇଛନ୍ତି ।