Breaking PLUSଓଡ଼ିଶାମୁଖ୍ୟ ଖବର

ଏପ୍ରିଲରେ 8ଦିନ ହିଟୱେଭ

ତାତିବ ଦିନ ଓ ରାତି

ଭୁବନେଶ୍ୱର- ଏଥରରେ ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ । ଏପ୍ରିଲରେ 8ଦିନ ଝାଂଜି ପିଟିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏପ୍ରିଲରୁ ଜୁନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କରିବ କଲବଲ । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଅବଧିର ପୂର୍ବାନୁମାନ କରାଯାଇଛି ।
ରାଜ୍ୟରେ ଅପ୍ରେଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ବର୍ଷ ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଅପ୍ରେଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହର ଅବଧି ଅନୁଭୂତ ହେବାର ସମ୍ଭାବନା ରହିଛି ।
ଚଳିତ ଅପ୍ରେଲରେ ସ୍ୱାଭାବିକ ଠାରୁ ଦିନ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା, ସ୍ୱାଭାବିକ ତୁଳନାରେ ଅଧିକ ରହିବା ସମ୍ଭାବନା ରହିଛି । ସେହିପରି ରାତ୍ରି ତାପମାତ୍ରା ସ୍ଵାଭାଵିକ ତୁଳନାରେ ଅଧିକ ସମ୍ଭାବନା ହେତୁ ଏଥର ଅସ୍ୱାଭାବିକ ପାଣିପାଗ ସହ ଉଷ୍ମଆଦ୍ର ସ୍ତିତି ଏବଂ ଉଷ୍ମରାତ୍ରି ସଂଖ୍ୟା ଅଧିକ ଅନୁଭୂତ ହେବା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button