Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାର ନୂଆ ଡିଜିପି ଯୋଗେଶ ବାହାଦୂର ଖୁରାନିଆ

ଭୁବନେଶ୍ୱର- ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ହେଲେ ଯୋଗେଶ ବାହାଦୂର ଖୁରାନିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ । କେନ୍ଦ୍ରୀୟ ଡେପୁଟେସନରେ ସେ ୨୦୨୧ ମସିହାରୁ ଯାଇଥିବା ବେଳେ ନିକଟରେ ଫେରିଥିଲେ । ବିଏସଏଫର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଯୋଗେଶ ବାହାଦୂର ଖୁରାନିଆ ନିଜର କ୍ୟାରିୟର ଆରମ୍ଭରେ ୫ଟି ଜିଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ନୟାଗଡ, ରାଉରକେଲା, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଜିଲାରେ ଏସପି ଭାବେ କାର୍ଯ୍ୟ କରି ନିଜର ଦାୟିତ୍ୱକୁ ସଠିକ୍‍ ଭାବେ ତୁଲାଇଥିଲେ । ଏହାସହିତ ଟୁଇନି ସିଟିରେ ପୂର୍ବରୁ ପୁଲିସ କମିଶନର ଏବଂ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ମଧ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଥିଲେ ।

Show More

Related Articles

Back to top button