Breaking PLUSମୁଖ୍ୟ ଖବର

ମଙ୍କିପକ୍ସ ଭୂତାଣୁ ସଂକ୍ରମଣକୁ ନେଇ କେନ୍ଦ୍ରର ସତର୍କତା

ନୂଆଦିଲ୍ଲୀ- ମଙ୍କିପକ୍ସ ଭୂତାଣୁ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ଏମପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀର ତିନିଟି ଡାକ୍ତରଖାନାକୁ ନୋଡାଲ ହସ୍ପିଟାଲ ଭାବେ ଚିହ୍ନଟ କରାଯାଇଛି। ଏହି ଡାକ୍ତରଖାନା ଗୁଡିକ ହେଲା ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆ ହସ୍ପିଟାଲ। ସେହିପରି ବିମାନବନ୍ଦରଗୁଡିକରେ ସନ୍ଦିଗ୍ଧଙ୍କ ଆରଟି-ପିସିଆର ଓ ସ୍ବାବ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହିତ ବିମାନବନ୍ଦରଗୁଡିକୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button