Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ସୁଭଦ୍ରା ଗାଇଡଲାଇନ

ଭୁବନେଶ୍ୱର-ଆସିଲା ସୁଭଦ୍ରା ଗାଇଡଲାଇନ । ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେମାନଙ୍କ ଆଧାରକାର୍ଡରେ ରହିଥିବା ଜନ୍ମ ତାରିଖକୁ ଆଧାର କରି ବୟସ ଗଣନା କରାଯିବ। ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବେ। ଗତ ଜୁଲାଇ ୧ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ୨୧ ବର୍ଷ ହୋଇଥିଲେ ସେ ଏହି ଯୋଜନାରେ ସାମିଲ ହୋଇପାରିବେ। ଆବେଦନକାରୀଙ୍କ ଜନ୍ମ ୨୦୦୩ ମସିହା ଜୁଲାଇ ୧ ପରେ ହୋଇ ନ ଥିବ ଏବଂ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ ହୋଇ ନ ଥିବ। ଆୟକର ଦେଉଥିଲେ ଯୋଜନାରେ ହୋଇପାରିବେନି ସାମିଲ । ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉ ନ ଥିବେ। ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ବା ବିଧାୟକ ହୋଇ ନ ଥିବେ।ଓ୍ବାର୍ଡସଭ୍ୟ/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି। କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନସନ ପାଉଥିଲେ ମିଳିବନି । ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ ହେବେ ।

Show More

Related Articles

Back to top button