Breaking PLUSଓଡ଼ିଶାମୁଖ୍ୟ ଖବର

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର- ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି ।

ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି।

ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ । ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଆଇସୋଲେଟରେ ରଖା ଯିବ । ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପଠାଯିବ ।

ଏଥିପାଇଁ ୨୧ ଦିନର ଆଇସୋଲେଟ ଆବଶ୍ୟକତା ରହିଛି । ସନ୍ଦେହ ହେଲେ ଆଇସୋଲେଟ କରାଯିବ । ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ଛାଡି ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button