ଓଡ଼ିଶା
3 ଦିନ ରହିବା ପରେ ଭୁବନେଶ୍ୱରରୁ ବିଦାୟ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର- ଭୁବନେଶ୍ଵରରେ ଚାଲିଥିବା ଡିଜିପି ଓ ଆଇଜିପି ସମ୍ମିଳନୀ ଶେଷ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଫେରିଯାଇଛନ୍ତି। ତାଙ୍କ ସହିତ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ନୂଆଦିଲ୍ଲୀ ଫେରିଛନ୍ତି। ସମ୍ମିଳନୀ ସରିବା ପରେ ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ଲୋକସେବା ଭବନରୁ ବାହାରି ବିମାନବନ୍ଦର ଯାଇଥିଲେ। ସେଠାରୁ ସ୍ଵତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ।