Breaking PLUSଓଡ଼ିଶାମୁଖ୍ୟ ଖବର
BPCL ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଫସିଥିବା ଶ୍ରମିକ ମୃତ

ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ- ପାରାଦୀପ ରାସ୍ତା କୁଜଙ୍ଗଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପରିମଳ ଗାୟନ। ତାଙ୍କର ବୟସ ୨୨ ବର୍ଷ। ସେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ବିଜୟଚାନ୍ଦପୁରର ବାସିନ୍ଦା।
ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିପିସିଏଲର ଗ୍ୟାସ ପାଇପଲାଇନ କାମ କରିବାକୁ ପରିମଳ ଗାୟନଙ୍କ ସମେତ ୬ଜଣ ଶ୍ରମିକ ବାହାରିଥିଲେ। ହେଲେ କାମ କରିବା ସ୍ଥଳରେ କୌଣସି କାରଣରୁ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିରେ ପ୍ରଭାବିତ ହୋଇ ପରିମଳ ଗାୟନ ତଳକୁ ଖସିପଡ଼ିଥିଲେ।



