Breaking PLUSଓଡ଼ିଶାମୁଖ୍ୟ ଖବର
ଫେବୃଆରୀ ୮ରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର- ଫେବୃଆରୀ ୮ରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ଯାଜପୁରରେ ‘ସୁଭଦ୍ରା’ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ୩ ଓ ୪ ତାରିଖରେ ବ୍ୟାଙ୍କରେ ଏନପିସିଆଇ ଚେକ କରିପାରିବେ। ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ। ଚତୁର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ। ଫେବୃଆରୀରେ ଯଦି ‘ସୁଭଦ୍ରା’ଟଙ୍କା ପାଇବାରୁ ବଞ୍ଚିତ ହୁଅନ୍ତି ତାହେଲେ ଯାଞ୍ଚ କରବା ପାଇଁ ଏକ ମାସ ରହିଛି। ମାର୍ଚ୍ଚା ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଟଙ୍କା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।