Breaking PLUSଓଡ଼ିଶାମୁଖ୍ୟ ଖବର

ଫେବୃଆରୀ ୧୮ରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରସ୍ତୁତିର ସମୀକ୍ଷା କରିବେ। ଏନେଇ ପରିଷଦର ଅଧ୍ୟକ୍ଷ ଶୁଭଶ୍ରୀ ନନ୍ଦ ସମସ୍ତ ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ , ପୁଲିସ ଆୟୁକ୍ତ ଓ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା ପରିଚାଳନା ହବର ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଓସ୍ବାନ ଜରିଆରେ ଆଜି ପୂର୍ବାହ୍ନ ୧୦ଟାରେ ଏହି ବୈଠକ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ମଧ୍ୟ ଅବଗତ କରାଯାଇଛି। ଚଳିତ ବର୍ଷ ମୋଟ ୧୨୭୬ ପରୀକ୍ଷା କେନ୍ଦ୍ରରେ +୨ ପରୀକ୍ଷା ହେବ। ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେବେ। ମୋଟ ୨୦୫ଟି ପରୀକ୍ଷା ପରିଚାଳନା ହବ୍‌ରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button