Breaking PLUSଓଡ଼ିଶାମୁଖ୍ୟ ଖବର

ଦିଲ୍ଲୀରେ ପ୍ରଦୂଷଣ ପାଇଁ ଗ୍ରାପ-3 କଟକଣା

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ ଗ୍ରାପ୍‌-୩ କଟକଣା ଲାଗୁ କରାଯାଇଛି। ଶନିବାର ଦିଲ୍ଲୀର ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ୱାଜିରପୁରରେ ଏକ୍ୟୁଆଇ ୪୪୩ ରେକର୍ଡ କରାଯାଇଥିବାବେଳେ ଜାହାଙ୍ଗୀରପୁରୀରେ ୪୩୯, ବିବେକ ବିହାରରେ ୪୩୭, ଆନନ୍ଦ ବିହାରରେ ୪୩୫, ବୁରାରି କ୍ରସିଂରେ ୪୧୫, ଚାନ୍ଦିନୀଚୌକରେ ୪୧୯, ଘାଜିପୁରରେ ୪୩୫, ଆରକେ ପୁରମରେ ୪୦୪ ଏବଂ ରୋହିଣୀରେ ଏହା ୪୩୬ ରହିଥିଲା। ବର୍ତ୍ତମାନ ଗ୍ରାପ୍‌- ୩ କଟକଣା ଲାଗୁ କରାଯାଇଥିବାରୁ ସହରରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ପୁରୁଣା ଡିଜେଲ ଚାଳିତ ଭାରୀଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାଇବ୍ରିଡ ମୋଡ୍‌ରେ ଶିକ୍ଷାଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ଘରୋଇ କମ୍ପାନୀଗୁଡିକୁ ନିର୍ଦେଶ ଦିଆଯାଇଛି।

Show More

Related Articles

Back to top button