ଅପରାଧଓଡ଼ିଶାମୁଖ୍ୟ ଖବର

ଝାରସୁଗୁଡାରେ ମହିଳାଙ୍କୁ ଗୁଳି ; ତଦନ୍ତ ଆରମ୍ଭ

ଝାରସୁଗୁଡା ଜିଲ୍ଲାର ସରବହାଳ ଅଞ୍ଚଳରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଗୁଳି ମାରିଥିବା ଘଟଣା ଘଟିଛି। ଆହତ ମହିଳାଙ୍କ ନାମ ବିଶ୍ୱବିଜୟାନୀ ଜେନା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସେ ଘରର ବାରଣ୍ଡାରେ ଠିଆ ହୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ତାଙ୍କ ଗୋଡ ରେ ଗୁଳି ଲାଗିଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ  ଭର୍ତ୍ତି କରାଯାଇଥିଲା ଏବଂ ପରେ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିଚାଳନାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଲାଶି ଜାରି ରଖିଛି।

Show More

Related Articles

Back to top button