Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ତେଲ କିମ୍ବା ଗ୍ୟାସ ସଙ୍କଟ ନାହିଁ – ଆଇନ ମନ୍ତ୍ରୀ

ଭୁବନେଶ୍ୱର, 28 ମାର୍ଚ୍ଚ- ରାଜ୍ୟରେ ତେଲ କିମ୍ବା ଗ୍ୟାସ ସଙ୍କଟ ନାହିଁ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,’ବିରୋଧୀ ଅପପ୍ରଚାର କରୁଛନ୍ତି; ଅନ୍ୟ ଦେଶ ତୁଳନାରେ ଭଲରେ ଅଛୁ ।
ସାଧାରଣ ଲୋକଙ୍କ ଉପରେ ଆଞ୍ଚ ଆସିବାକୁ ଦିଆଯିବନି ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଘରୋଇ ଗ୍ୟାସରେ ବିଶେଷ ଅସୁବିଧା ହୋଇନି; ବୁକିଂ ସମୟ ଟିକେ ବଢ଼ିଛି ।
ଅନ୍ୟପଟେ ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ପାଇଁ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଏୟାରଫିଲ୍ଡ ଅଞ୍ଚଳରେ ତାତିଛନ୍ତି ଲୋକେ । ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପରେ ବି ମିଳୁନି ଗ୍ୟାସ୍ । ଗ୍ୟାସ୍ ଏଜେନ୍ସି ସାମ୍ନାରେ ଶତାଧିକ ଲୋକଙ୍କ ଭିଡ଼ ଜମିଛି ।



