Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷକ ଭିତରେ ୭୭ ମାଓବାଦୀ ଆତ୍ମସମର୍ପଣ- ଡିଜିପି

ଭୁବନେଶ୍ୱର- ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଫୁଲବାଣୀରେ ମାଓ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି DGP । ୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି । ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ୍‌ ବେଳେ ନିପାତ କରାଯାଇଛି । ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ । ନୂଆପଡ଼ା-ଗରିଆବନ୍ଧ ସୀମାନ୍ତ ଅପରେସନ୍‌ରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା । ଆଉ ଓଡ଼ିଶାରେ ଏବେ ଏମାନଙ୍କ ସଂଖ୍ୟା ସିଙ୍ଗଲ ଡିଜିଟ୍‌କୁ ଖସି ଆସିଛି । ଗୋଟିଏ ଛୋଟ ଗ୍ରୁପ୍‌ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡିରେ କାମ କରୁଛନ୍ତି । ସରେଣ୍ଡର ପାଇଁ ଅପିଲ୍‌ କରୁଛି, ନଚେତ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବେ । SOG, DVF, SIW, CRPF, BSFଙ୍କ ସମ୍ମିଳିତ ପ୍ରୟାସରୁ ସଫଳତା ମିଳିଛି ଡିଜିପି ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button