Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଓଡିଶାକୁ ଆଉ ନାହିଁ ମାଓ ବିପଦ

ଆଣ୍ଟି ନକ୍ସଲ ଅପରେସନରେ ବଡ଼ ସଫଳତା

ଓଡ଼ିଶା ଏବେ ପ୍ରାୟ ମାଓମୁକ୍ତ ହୋଇଥିବା ବୋଲି ଆଣ୍ଟି ନକ୍ସଲ ଅପରେସନ୍‌ରେ ଲାଗିଥିବା ପୁଲିସ ଅଧିକାରୀମାନେ ଦାବି କରିଛନ୍ତି। ରାଜ୍ୟରେ ଏବେ ମାତ୍ର ହାତଗଣତି ମାଓବାଦୀ ରହିଥିବା ଏବଂ ଆଉ ବଡ଼ ବିପଦ ନଥିବା କୁହାଯାଇଛି।

ଆଣ୍ଟି ନକ୍ସଲ ଅପରେସନ୍‌ର ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ମାଓ ଦମନରେ ଲକ୍ଷ୍ୟ ସାଧନ ହୋଇଛି। ସେମାନଙ୍କ କଥାନୁସାରେ, ମୋଟ ୧୫୬ ଜଣ ମାଓବାଦୀଙ୍କୁ ନିପାତ, ଗିରଫ କିମ୍ବା ଆତ୍ମସମର୍ପଣ କରାଯାଇଛି। ଏଥିରେ ୨୭ ଜଣଙ୍କୁ ନିପାତ, ୯ ଜଣଙ୍କୁ ଗିରଫ ଓ ୭୮ ଜଣ ଓଡ଼ିଶାରେ ଆତ୍ମସମର୍ପଣ କରିଥିବା ବେଳେ ୪୨ ଜଣ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି।

୨୦୨୫ ମସିହାରେ ରାଜ୍ୟର ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା, ଯାହାରୁ ୮ଟି ଜିଲ୍ଲା ଏବେ ସମ୍ପୂର୍ଣ୍ଣ ଭାବେ ମାଓମୁକ୍ତ ହୋଇସାରିଛି। ତେବେ ଏହି ଅଭିଯାନରେ ୨୩୯ ଜଣ ଯବାନ ସହିଦ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏଡିଜି ଆହୁରି କହିଛନ୍ତି ଯେ, ମାଓବାଦୀମାନେ ୩୫୯ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟସୀମା ଶେଷ ହୋଇଥିବା ବେଳେ, ଏବେ ଶେଷ ଥିବା ମାଓବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେବ।

ସେ କହିଛନ୍ତି ଯେ, ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମାଓ ବିରୋଧୀ ଅଭିଯାନ ଜାରି ରହିବ ଏବଂ ସେମାନେ ପୁନଃ ସଂଗଠିତ ହେବାକୁ ନ ପାରନ୍ତି ବୋଲି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶଙ୍କ ନିପାତକୁ ଏହି ଅଭିଯାନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଇଛି।

Show More

Related Articles

Back to top button