Breaking PLUSଓଡ଼ିଶାମୁଖ୍ୟ ଖବର
କାଲିଠାରୁ ପୁଣି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି

ପୁରୀ, 7 ଏପ୍ରିଲ -କାଲିଠାରୁ ପୁଣି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି ଆରମ୍ଭ ହେବ । କାଲିଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି । ଏହା ପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ । ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ । ବାହାର କାଠ ନିକଟରୁ ଦର୍ଶନ କରିପାରିବେ ଭକ୍ତ । ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ।
ବାହାର ଭଣ୍ଡାରରେ ରହିଛି ୮୧୭୫ ଭରିର ୭୯ଟି ସୁନା ଆର୍ଟିକିଲ ବା ଦ୍ରବ୍ୟ। ୪୧୭୬ ଭରିର ରହିଛି ୩୯ ପ୍ରକାରର ରୁପା ଦ୍ରବ୍ୟ । ୮୧୭୫ ଭରିର ସୁନା ଦ୍ରବ୍ୟ ଓ ୪୧୭୬ ଭରିର ରୁପା ଦ୍ରବ୍ୟ ଥିବା ବାହାର ଭଣ୍ଡାରର ହେବ ଗଣତି । ଗତ ମାର୍ଚ୍ଚ ୨୫ତାରିଖରେ ଚଳନ୍ତି ଭଣ୍ଡାରର ଗଣତି ସରିଛି।



