ମୁଖ୍ୟ ଖବରରାଜନୀତି

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ୍ ନୁହେଁ, ସ୍ଥଗିତ: ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ବୟାନ

 

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି, ବରଂ ସାମୟିକ ଭାବେ ସ୍ଥଗିତ ରହିଛି।

ମନ୍ତ୍ରୀଙ୍କ କହିବା ଅନୁସାରେ, ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି ଏବଂ ଅଫିସ କାର୍ଯ୍ୟ ସାଧାରଣ ଭାବେ ଚାଲୁ ଅଛି। ଏହି ପ୍ରକଳ୍ପ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଚାରଧୀନ ଅଛି। ସହିତେ, ପ୍ରକଳ୍ପକୁ ଆଗକୁ ବଢାଇବା ନେଇ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି।

ଏପଟେ, ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିବା ନିଷ୍ପତ୍ତି ଉପରେ ପୁନଃବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ପ୍ରକଳ୍ପ ଆବଶ୍ୟକ ଓ କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ, ବରଂ ସାଧାରଣ ଲୋକଙ୍କ ହିତ ପାଇଁ କରାଯାଏ। ଏହା ପୂର୍ବରୁ ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Show More

Related Articles

Back to top button