Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢ଼ନ୍ତୁ: ମନମୋହନ ସାମଲ

ଭୁବନେଶ୍ୱର, 14 ଏପ୍ରିଲ-ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢ଼ନ୍ତୁ ବୋଲି ମନମୋହନ ସାମଲ କହିଛନ୍ତି । ବିଜେଡି-କଂଗ୍ରେସ ମେଣ୍ଟ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚା ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଗୋଟିଏ ମଜବୁତ ଶକ୍ତି ଗଢ଼ିବା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ।

ମନମୋହନ ସାମଲ କହିଛନ୍ତି ଯେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ବିଜେପି ପକ୍ଷରୁ କିଛି କହିବା ଠିକ୍‌ ହେବ ନାହିଁ। ଏହା ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ ଥିବାରୁ ତାହାରେ ମତ ପ୍ରକାଶ କରିବା ଉଚିତ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରର ସୁସ୍ଥ ପରିଚାଳନା ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଅତ୍ୟାବଶ୍ୟକ। ସମସ୍ତ ବିରୋଧୀ ଦଳ ଏକତ୍ରିତ ହୋଇ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ବିରୋଧ ପାଇଁ ବିରୋଧ ନ କରି ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ ବୋଲି ସେ କହିଛନ୍ତି ।

 

Show More

Related Articles

Back to top button