ବିଜୁ ଲିଗାସୀ ତରଫରୁ ଫୋନ କରିଥିଲେ ବିଜୟ ମହାପାତ୍ର ଓ ରବି ପାଣି- ଭୂପିନ୍ଦର ସିଂ

ଭୁବନେଶ୍ୱର, 14 ଏପ୍ରିଲ- ବିଜୁ ଲିଗାସୀ ଓ ବିଜେଡିକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ ।କହିଲେ ବିଜୁ ଲିଗାସୀ ତରଫରୁ ଫୋନ କରିଥିଲେ ବିଜୟ ମହାପାତ୍ର ଓ ରବି ପାଣି । ବିଜୁ ତିରୋଧାନ ଦିବସ ପାଇଁ ପ୍ରଥମ ଥର ଶଙ୍ଖଭବନରୁ ବି ଫୋନ୍ ଆସିଥିଲା । ଅଶୋକ ପଣ୍ଡା ଫୋନ୍ କରିଥିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି । ବିଳମ୍ବରେ ହେଲେ ମଧ୍ୟ ସବୁକୁ ସିରିୟସ ନେଉଛନ୍ତି ନବୀନ ।
ବିଜୁ ଲିଗାସୀ ର କାହିଁକି ଆବଶ୍ୟକ ପଡିଲା | ବିଜୁ ବାବୁଙ୍କୁ ବିଜେଡି ଭୁଲିଗଲା କିଛି ବିଜେଡି ନେତା ବାହାରେ କହିପାରିନାହାନ୍ତି ମତେ କହିଲେ | 2024 ନିର୍ବାଚନ ରେ ବିଜେଡି ପୋଷ୍ଟର ରେ ବିଜୁ ରହିଲେନି ଲୋକେ କହୁଛନ୍ତି | ସମସ୍ତେ ଚାଁହୁଚନ୍ତି ନବୀନ ବାବୁ ସବୁ ନିଷ୍ପତି ନିଅନ୍ତୁ ସବୁ ଠିକ ହେବ ଭବିଷ୍ୟତ ରେ | ଦଳ ପରିଚାଳନା ନିର୍ବାଚନ ସମୟ ରେ କାହିଁକି ଭୁଲ ହେଲା ଆଲୋଚନା ହେଲା ନାହିଁ | ଦଳ ପାଇଁ କ୍ଷତି ହେଇଗଲା | ଆଗକୁ ସେମିତି ରହିଲେ ଆହୁରି କ୍ଷତି ହେବ ।
ବିଜେଡି -କଂଗ୍ରେସ ମେଣ୍ଟ ବିଜେଡି ତରଫରୁ ସମ୍ଭାବନା ନାହିଁ | ବିଜୁ ଲିଗାସୀ ତରଫରୁ ଫୋନ କରିଥିଲେ ବିଜୟ ମହାପାତ୍ର ଓ ରବି ପାଣି | ବିଜୁ ତିରୋଧାନ ଦିବସ ପାଇଁ ମତେ ପ୍ରଥମ ଥର ଶଙ୍କ ଭବନରୁ ଡାକିଲେ | ବିଳମ୍ବରେ ହେଲେ ମଧ୍ୟ ସବୁକୁ ସିରିୟସ ନେଉଛନ୍ତି ନବୀନ | ଦଳରେ ସ୍ଥିତି ସୁଧୁରିବାକୁ ସମୟ ଲାଗିବ | ରାଜ୍ୟସଭାରେ ସସ୍ମିତ ଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଛି | ଯାହାକୁ ଆଶା କରାଯାଉଥିଲା ତାହା ହେଲାନି | ହଠାତ ଇସ୍ତଫା ଦେବା ପାଇଁ 6 ଜଣ ଲେଖିବା ତାକୁ ଗ୍ରହଣ ସାଙ୍ଗେ ସାଙ୍ଗେ କରାଯିବା | ସମସ୍ତ ଙ୍କ ପାଇଁ ବିଜେଡି ଦଳ ଭିତରେ ଏଭଳି ନିଷ୍ପତି ଆଶ୍ଚର୍ଯ୍ୟ | ସସ୍ମିତ ପାତ୍ରଙ୍କ ପଦର୍ଶନ ଖରାପ ନଥିଲା| ଏକ ହେବା ପାଇଁ ଚାହିଁଲେ ବିଜେଡି -କଂଗ୍ରେସ ସଫଳ ହେବେ |



