Breaking PLUSଦେଶମୁଖ୍ୟ ଖବରରାଜନୀତି

ଲୋକସଭାରେ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ- ଲୋକସଭାରେ ଫେଲ୍ ମାରିଲା ଗୁରୁତ୍ବପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍। ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେଲା NDA। ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ ୫୨୮ ସଦସ୍ୟ।

୨୦୨୯ ସାଧାରଣ ନିର୍ବାଚନରେ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର (୧୭ ଏପ୍ରିଲ୍ ୨୦୨୬) ନିମ୍ନ ସଦନରେ ପରାଜିତ ହୋଇଛି। ୨୯୮ ସଦସ୍ୟ ବିଲ୍ ସମର୍ଥନରେ ଭୋଟ ଦେଇଥିବା ବେଳେ ୨୩୦ ସାଂସଦ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ। ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ ନକରି ବିଲ୍ କାଟ ହୋଇଛି।

ଫଳରେ ବିଲ୍ ପାରିତ ନହୋଇ ପାରିବାରୁ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି।

ବିଲ୍ ପାସ୍ ପାଇଁ ୩୨୬ ଖଣ୍ଡ ଭୋଟ୍ ଆବଶ୍ୟକ ଥିଲା । ଭୋଟିଂ ପ୍ରକ୍ରିୟାରେ ୪୮୯ ସଦସ୍ୟ ଭାଗ ନେଇଥିଲେ, ଯେଉଁଥିରୁ ସପକ୍ଷରେ ୨୭୮ ଖଣ୍ଡ ଭୋଟ ଏବଂ ବିରୋଧରେ ପଡ଼ିଲା ୨୧୧ ଭୋଟ୍ ପଡିଥିଲା। ଅର୍ଥାତ ସରକାରଙ୍କୁ ଆଉ ୪୮ଟି ଭୋଟ୍ କମ୍ ପଡିଥିଲା।
Show More

Related Articles

Back to top button