Breaking PLUSଓଡ଼ିଶାମୁଖ୍ୟ ଖବର
ଖରା ପାଇଁ ବଲାଙ୍ଗିରରେ 18-21 ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭୁବନେଶ୍ୱର, 17 ଏପ୍ରିଲ- ଖରା ଓ ତାତିକୁ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ। ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଘୋଷଣାର ଦିନକ ପରେ ଆଜି ପଶ୍ଚିମ ଓଡିଶାରେ ବଲାଙ୍ଗିର ଜିଲ୍ଲାପାଳ ୧୮ରୁ ୨୧ ଯାଏଁ ସ୍କୁଲ ସହ ଅଙ୍ଗନବାଡିକୁ ଛୁଟି ଘୋଷଣା କରିଛନ୍ତି।
ବଲାଙ୍ଗୀର ଜିଲାରେ ଆସନ୍ତା ୧୮ ରୁ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବା ନେଇ ଶୁକ୍ରବାର ଘୋଷଣା କରାଯାଇଛି। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ।



