Breaking PLUSଦେଶମୁଖ୍ୟ ଖବର

୨୦୨୭ର ଜନଗଣନାକୁ ସଫଳ କରିବାକୁ ମନ୍ କୀ ବାତରେ ପିଏମ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ, 26 ଏପ୍ରିଲ- ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୭ର ଜନଗଣନାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ଦେଶରେ ଏବେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଛି ଯାହା ବିଷୟରେ ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ । ଏହା ହେଉଛି ଜନଗଣନା ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଜନଗଣନା । ବନ୍ଧୁଗଣ ଯେଉଁ ବନ୍ଧୁମାନେ ପୂର୍ବରୁ ଏହିଭଳି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏଥରର ଜନଗଣନାର ଅନୁଭବ ସେମାନଙ୍କ ପାଇଁ ଟିକେ ଅଲଗା ହେବ । ୨୦୨୭ର ଜନଗଣନାକୁ ଡିଜିଟାଲ କରାଯାଇଛି । ସମସ୍ତ ସୂଚନା ସିଧାସଳଖ ଡିଜିଟାଲ ମାଧ୍ୟମରେ ଭରାଯାଉଛି । ଘରଘର ବୁଲି କାମ କରୁଥିବା କର୍ମଚାରୀମାନଙ୍କ ପାଖରେ ମୋବାଇଲ୍ ଆପ୍ ଅଛି, ସେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ସେଥିରେ ସୂଚନା ପୂରଣ କରିବେ । ବନ୍ଧୁଗଣ, ଏଥର ଜନଗଣନାରେ ଆପଣମାନଙ୍କର ଭାଗିଦାରୀକୁ ସହଜ କରାଯାଇଛି । ଆପଣ ନିଜେ ମଧ୍ୟ ଆପଣଙ୍କ ସୂଚନା ପୂରଣ କରିପାରିବେ । କର୍ମଚାରୀମାନଙ୍କ ଆସିବାର ୧୫ ଦିନ ପୂର୍ବରୁ ଆପଣଙ୍କ ପାଇଁ ଏହି ସୁବିଧା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅନୁସାରେ ସୂଚନା ଭରିପାରନ୍ତି । ଯେତେବେଳେ ଆପଣ ଏହି ପ୍ରକ୍ରିୟାଟି ଶେଷ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଏହି ଆଇଡି ଆପଣଙ୍କ ମୋବାଇଲ ବା ଇ-ମେଲରେ ମଧ୍ୟ ଆସୁଛି । ପରେ ଯେତେବେଳେ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣ ଏହି ଆଇଡି ଦେଖାଇ ସୂଚନାଗୁଡ଼ିକ ନିଶ୍ଚିତ କରିପାରିବେ । ଏହାଦ୍ୱାରା ଦୁଇଥର ସୂଚନା ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସମୟ ବି ବଞ୍ଚିବ ଏବଂ ପ୍ରକ୍ରିୟା ମଧ୍ୟ ସହଜ ହୋଇଯିବ । ବନ୍ଧୁଗଣ ଯେଉଁ ରାଜ୍ୟରେ ସ୍ୱଗଣନାର କାମ ଶେଷ ହୋଇଗଲାଣି ସେଠାରେ ଗଣନା କର୍ମଚାରୀଙ୍କ ଦ୍ୱାରା ଘରର ସୂଚୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୨୦ ଲକ୍ଷ ପରିବାରର ଘର ସୂଚୀକରଣ କାମ ପୁରା ହୋଇଗଲାଣି । ବନ୍ଧୁଗଣ ଦେଶର ଜନଗଣନା ଖାଲି ସରକାରୀ କାମ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣଙ୍କର ଭାଗିଦାରୀ ବହୁତ ଆବଶ୍ୟକ । ଆପଣ ଦେଇଥିବା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ଏବଂ ଗୋପନ ରଖାଯାଏ, ଡିଜିଟାଲ ସୁରକ୍ଷା ସହିତ ଏଗୁଡ଼ିକୁ ସୁରକ୍ଷିତ କରାଯାଏ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ପ୍ରକ୍ରିୟାରେ ଭାଗନେବା । ୨୦୨୭ର ଜନଗଣନାକୁ ସଫଳ କରିବା ।

Show More

Related Articles

Back to top button