Breaking PLUSଓଡ଼ିଶାମୁଖ୍ୟ ଖବର

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍

ସୋର, 2 ମେ- ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍  । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ।

ବାଲି ଗାଡ଼ିକୁ ଗୋଡ଼ାଇବା ବେଳେ ଧକ୍କା ଦେଇଥିଲା ଟ୍ରକ୍  ।ଏନ୍‌ଏଚ ୧୬ରେ ଗାଡ଼ି ଯାଞ୍ଚ ବେଳେ ଖସିବାକୁ ଉଦ୍ୟମ କରୁଥିଲା ଟ୍ରକ୍  ।ଟ୍ରକ୍‌କୁ ପିଛା କରି ଓଭରଟେକ୍‌ କରିଥିଲା ଅତିରିକ୍ତ ତହସିଲଦାରଙ୍କ ଗାଡ଼ି । ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖିଛି ଖନ୍ତପଡ଼ା ପୋଲିସ ।

Show More

Related Articles

Back to top button