Breaking PLUSଦେଶମୁଖ୍ୟ ଖବର

ବିମାନର ଏମରଜେନ୍ସି ଦ୍ୱାର ଖୋଲି ବିମାନରୁ ଡେଇଁବାକୁ ଯାତ୍ରୀଙ୍କ ଉଦ୍ୟମ

ଚେନ୍ନାଇ, 3 ମେ- ଚେନ୍ନାଇ ବିମାନବନ୍ଦରରେ ଶାରଜାହରୁ ଚେନ୍ନାଇ ଆସୁଥିବା ଏୟାର ଆରବିୟାର ବିମାନ ରବିବାର ସକାଳେ ଅବତରଣ କରିବା ପରେ ଟ୍ୟାକ୍ସି କରୁଥିବା ସମୟରେ ଜଣେ ୩୪ ବର୍ଷୀୟ ଯାତ୍ରୀ ଏମର୍ଜେନ୍ସି ଦ୍ୱାର ଖୋଲି ବିମାନରୁ ଡେଇଁ ପଡ଼ିବାକୁ ଉଦ୍ୟମ କରିଛନ୍ତି । ବିମାନଟି ଧୀରେ ଧୀରେ ଗତି କରୁଥିଲା, କିନ୍ତୁ ପୂରା ଅଟକି ନଥିଲା। ଏହି ଘଟଣା ଦେଖି ଅନ୍ୟ ଯାତ୍ରୀମାନେ ଭୟ ଓ ଆତଙ୍କିତ ହୋଇଯାଇଥିଲେ।ସୌଭାଗ୍ୟବଶତଃ ବ୍ୟକ୍ତିଙ୍କର କିମ୍ବା ବିମାନର କୌଣସି କ୍ଷତି ହୋଇନାହିଁ।

ସାରଜାହାରୁ ଆସୁଥିବା G9-471 ବିମାନଟି ଏକ ଏୟାରବସ୍ A320 ଦ୍ୱାରା ପରିଚାଳିତ ହେଉଥିଲା। ବିମାନଟି ପ୍ରାୟ ୩ଟା୨୩ ରେ ଅବତରଣ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଅବତରଣର ଗୋଟିଏ ମିନିଟ୍ ପରେ ଟ୍ୟାକ୍ସିୱେରେ ଏହି ଘଟଣା ଘଟିଥିଲା, ଯାହା ଫଳରେ ବିମାନଟି ଅଟକି ଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ସତର୍କତାମୂଳକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବିମାନବନ୍ଦର କର୍ତ୍ତୃପକ୍ଷ ସକାଳ ୩:୨୫ ରେ ମୁଖ୍ୟ ରନୱେ (07/25) ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

Show More

Related Articles

Back to top button