ଅପରାଧଓଡ଼ିଶାମୁଖ୍ୟ ଖବର

ବରପାଲିରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ: ମାଲିକ ଫେରାର

ବରପାଲି: ବରଗଡ଼ ଜିଲାର ବରପାଲି ଅଞ୍ଚଳରେ ଚାଲୁଥିବା ଏକ ବଡ଼ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଜିଲା ପ୍ରଶାସନ ବୁଧବାର ଚଢ଼ଉ କରିଛି। ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ଚକଲେଟ, ବିସ୍କୁଟ, ମୃଦୁ ପାନୀୟ, ଖାଇବା ତେଲ ଓ ଚୁଡ଼ା ଜବତ କରାଯାଇଥିବା ବେଳେ କାରଖାନାକୁ ସିଲ୍‌ କରାଯାଇଛି।

ସୂଚନା ଅନୁଯାୟୀ, ବରପାଲି ସାପ୍ତାହିକ ବଜାର ରାସ୍ତାରେ ଥିବା ଏକ ବଡ଼ କୋଠାରେ ଦୀର୍ଘଦିନ ଧରି ଏହି ଅବୈଧ କାରବାର ଚାଲୁଥିଲା। ଚଢ଼ଉ ସମୟରେ ପେପରରୁ ଚୁଡ଼ା ଏବଂ ପୋଡ଼ା ମୋବିଲରୁ ଖାଇବା ତେଲ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଚଢ଼ଉ ସମୟରେ ଘର ଭିତରୁ କବାଟ ଖୋଲାଯାଇନଥିବାରୁ ପୁଲିସ ବାସଗୃହକୁ ଘେରାଉ କରିଥିଲା। ପରେ ପ୍ରଶାସନ ପକ୍ଷରୁ କାରଖାନାକୁ ସିଲ୍‌ କରାଯାଇଥିଲା। କାରଖାନାର ମାଲିକ ଅବିନାଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ ଓ ସୁମିତ ଅଗ୍ରୱାଲ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଏହି ଚଢ଼ଉରେ ବରପାଲି ତହସିଲଦାର ରୁକ୍ମଣ ମେହେର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବା ବେଳେ ପୁଲିସ ଓ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ଘଟଣା ପରେ ବରପାଲି ଅଞ୍ଚଳରେ ଚାଲୁଥିବା ଅନ୍ୟ ଅବୈଧ କାରବାର ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

Show More

Related Articles

Back to top button