Breaking PLUSଦେଶମୁଖ୍ୟ ଖବରରାଜନୀତି
ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 8 ମେ- ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ। ଶୁକ୍ରବାର ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ବାଜିଛି। ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଶୁଭେନ୍ଦୁଙ୍କ ନାଁ ଉପରେ ମୋହର ଲଗାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବୋଲି ବିଧାୟକ ଦଳ ବୈଠକରେ ଘୋଷଣା କରିଛନ୍ତି।ଶନିବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ। କୋଲକାତାର ବ୍ରିଗେଡ୍ ପରେଡ୍ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ।
ସୂଚନାଯୋଗ୍ୟ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଉଭୟରେ ବିଜୟୀ ହୋଇଛନ୍ତି। ସେ ଭବାନୀପୁରରେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଏବଂ ନନ୍ଦୀଗ୍ରାମରେ ପବିତ୍ର କରଙ୍କୁ ପରାସ୍ତ କରିଥିଲେ। ତଥାପି ଶୁଭେନ୍ଦୁ କେଉଁ ଆସନ ବଜାୟ ରଖିବେ ଏବଂ କେଉଁଟିକୁ ଛାଡ଼ିବେ ସେ ବିଷୟରେ ଏବେ ପ୍ରଶ୍ନ ଉଠିଛି।



