Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ପୁରି: ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାରରେ ସଂରକ୍ଷିତ ରତ୍ନ ଅଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଦୀର୍ଘ ବିରତି ପରେ ସୋମବାରଠାରୁ ପୁଣି ଆରମ୍ଭ ହେବ। ଦୁଇଦିନ ଧରି ଏହି ପ୍ରକ୍ରିୟା ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ପ୍ରାୟ ୪ଟାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ଚାଲିବ। ଏହି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିବ, କିନ୍ତୁ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସମଗ୍ର ଗଣତି ପ୍ରକ୍ରିୟା ସିସିଟିଭି ନଜରଦାରୀ ମଧ୍ୟରେ କରାଯିବା ସହ ରତ୍ନ ଅଳଙ୍କାରର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ ହେବ। ପୂର୍ବରୁ ଚନ୍ଦନ ଯାତ୍ରା କାରଣରୁ ଏହି କାର୍ଯ୍ୟ ସ୍ଥଗିତ ରହିଥିଲା।

ଏପର୍ଯ୍ୟନ୍ତ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ୍ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଭିତର ରତ୍ନଭଣ୍ଡାରରୁ ୧୨୦ରୁ ଅଧିକ ରତ୍ନ ଅଳଙ୍କାରର ତଥ୍ୟ ସଂଗ୍ରହ କରାଯାଇଛି। ୧୯୭୮ ମସିହାର ତାଲିକା ସହ ଏହାର ମେଳକ ମଧ୍ୟ କରାଯାଉଛି।

ଆଜିର ଗଣତି କାର୍ଯ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

Show More

Related Articles

Back to top button