ଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟରେ ପେଟ୍ରୋଲ-ଡିଜେଲ ପର୍ଯ୍ୟାପ୍ତ, ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସହ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଯଥେଷ୍ଟ ପରିମାଣର ଇନ୍ଧନ ମହଜୁଦ ରହିଛି ଏବଂ ସମସ୍ତ ପେଟ୍ରୋଲ ପମ୍ପ ସାଧାରଣ ଭାବେ କାର୍ଯ୍ୟରତ ଅଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୌଣସି ପେଟ୍ରୋଲ ପମ୍ପ ବନ୍ଦ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇନାହିଁ। ଆବଶ୍ୟକ ଅନୁସାରେ ଗ୍ରାହକମାନେ ଇନ୍ଧନ ପାଇପାରିବେ। ତଥାପି ଭବିଷ୍ୟତରେ ଯେପରି କୌଣସି ଇନ୍ଧନ ସଙ୍କଟ ସୃଷ୍ଟି ନହୁଏ, ସେଥିପାଇଁ ଏବେଠାରୁ ସଚେତନ ଓ ନିୟନ୍ତ୍ରିତ ବ୍ୟବହାର ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଓ ଯୋଗାଣ ଅନିଶ୍ଚିତତା ରହିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ୁଥିବା ବେଳେ ସରକାର ପକ୍ଷରୁ ଏହାକୁ ନିୟନ୍ତ୍ରଣ କରି ସ୍ଥିତି ସ୍ୱାଭାବିକ ରଖିବାକୁ ଚେଷ୍ଟା ଚାଲିଛି।

କେତେକ ସ୍ଥାନରେ ପରିବହନ ଓ ଯୋଗାଣ ସମସ୍ୟା ଯୋଗୁଁ ସାମୟିକ ଅସୁବିଧା ହୋଇଥିବା ସତ୍ତ୍ୱେ ଖୁବ ଶୀଘ୍ର ସ୍ଥିତି ସୁଧାର ଆସିବ ବୋଲି ସରକାର ଆଶ୍ୱାସନ ଦେଇଛନ୍ତି।

Show More

Related Articles

Back to top button